The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଗୁରୁବାର ଭାରତ-ଶ୍ରୀଲଙ୍କା ପ୍ରଥମ ଟି୨୦

Facebook
Twitter
LinkedIn

ଲକ୍ଷ୍ନୌ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ । ଗୁରୁବାର ଟି-ଟ୍ୱେଣ୍ଟି ସିରିଜର ଖେଳାଯିବ । ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ ଏକନ କ୍ରିକେଟ୍ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଉଭୟ ଦଳ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । କିନ୍ତୁ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ମ୍ୟାଚ୍‌ର ଦିନକ ପୂର୍ବରୁ ଇନ୍ ଫର୍ମ ବ୍ୟାଟର ସୂର‌୍ୟ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି । ଇଣ୍ଡିଜ ବିପକ୍ଷ ଅନ୍ତିମ ଟି-ଟ୍ୱେଣ୍ଟିରେ ତାଙ୍କ ହାତରେ ଆଘାତ ଲାଗିଥିଲା । ତାଙ୍କ ପୂର୍ବରୁ ଦୀପକ ଚହର ମଧ୍ୟ ବାଦ ପଡ଼ିଥିଲେ । ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟି-ଟ୍ୱେଣ୍ଟି ଜିତିବା ପରେ ଦଳ ଫର୍ମକୁ ଫେରିଛି । ପୂର୍ବ ପ୍ରଦର୍ଶନ ଭାରତ ବିପକ୍ଷରେ ଦୋହରାଇବା ନେଇ ଦଳ ଲକ୍ଷ୍ୟ ରଖିଛି ।ଗୁରୁବାର ମ୍ୟାଚ୍ ରାତି ୭.୦୦ଟାରୁ ଆରମ୍ଭ ହେବ ।
ମଧ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ଭାବେ ଅଭିଯାନ ଆରମ୍ଭ କରିଥିଲେ । ତାଙ୍କ ନେତୃତ୍ୱରେ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜକୁ ମୂଳପୋଛ କରିଥିଲା । ତାଙ୍କ ନିକଟରେ ଆଉ ଏକ ଘରୋଇ ସିରିଜ ହାତେଇବାର ସୁଯୋଗ ରହିଛି । ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଭାରତ ମଧ୍ୟକ୍ରମରେ ପରୀକ୍ଷା ନିରୀକ୍ଷା କରିବା ନିଶ୍ଚିତ ରହିଛି । ରୋହିତ ଶର୍ମାଙ୍କ ସହ ଋତୁରାଜ ଗାଏକୱାଡଙ୍କୁ ଓପନିଂ ସୁଯୋଗ ମିଳିପାରେ । ଇଶାନ କିଷନ, ଶ୍ରେୟାସ ଆୟର ଓ ପ୍ରତ୍ୟାବର୍ତ୍ତନ କରିଥିବା ସଞ୍ଜୁ ସାମସନ୍ ଯଥାକ୍ରମେ ୩ରୁ ୫ନଂ ସ୍ଥାନରେ ବ୍ୟାଟିଂ କରିବେ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି । ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର ଭାବେ ଟିମ୍ ମ୍ୟାନେଜମେଣ୍ଟ ସାମସନଙ୍କୁ ଖେଳାଇବାକୁ ଯୋଜନା ରଖିଛି । ସୂର‌୍ୟ୍ୟକୁମାରଙ୍କ ଅନୁପସ୍ଥିତିରେ ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଭେଙ୍କଟେଶ ଆୟର ଷଷ୍ଠ ସ୍ଥାନ ପକ୍କା କରି ସାରିଛନ୍ତି । ସେ ଗତ ସିରିଜରେ ଏହି ସ୍ଥାନରେ ବ୍ୟାଟିଂ କରି ସଫଳ ହୋଇଥିଲେ । ପ୍ରତ୍ୟାବର୍ତ୍ତନ କରିଥିବା ଯଶପ୍ରୀତ ବୁମ୍‌ରାଙ୍କ ସମେତ ଭୁବନେଶ୍ୱର କୁମାର ଓ ହର୍ଷଲ ପଟେଲ ପେସ୍ ବିଭାଗ ସମ୍ଭାଳିବେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିଥିବାରୁ ୟୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କ ମଧ୍ୟରୁ କେବଳ ଜଣଙ୍କୁ ସୁଯୋଗ ମିଳିବ। ରୋହିତ ଏବଂ ଭେଙ୍କଟେଶଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

ADVERTISEMENT
ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର : ବେଙ୍ଗାଲୁର ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାରଙ୍କ ବଡ ବୟାନ । ଆଜି ଶୁଣାଣିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ...

Login