ଭୁବନେଶ୍ୱର : କଥାରେ ଅଛି ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ୱର .. ହଁ ଦର୍ଶକ ବନ୍ଧୁ ଆଜି ହେଉଛି ପବିତ୍ର ଗୁରୁ ଦିବସ। ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ।ଜୀବନର ମାର୍ଗ ଦର୍ଶନରେ ଗୁରୁଙ୍କ ଭୂମିକା ଅନନ୍ୟ । ପିଲାବେଳୁ ଆମେ ଗୋଟିଏ କଥା ଶିଖିଛେ ଯେ , ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ,ଗୁରୁସାକ୍ଷାତ ପରମବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ..ଗୁର ହେଉଛନ୍ତି ବ୍ରହ୍ମା , ବିଷ୍ଣୁ ଓ ମହେଶ୍ୱର । ସାକ୍ଷାତ ପରମବ୍ରହ୍ମ ହେଉଛନ୍ତି ଗୁରୁ। ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ।

ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଆମ ଜୀବନରେ ଗୁରୁଙ୍କର ଭୂମିକା ସର୍ବାଗ୍ରେ ରହିଥାଏ। ସେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆମକୁ ଜ୍ଞାନ ରୂପକ ଆଲୋକ ସହ ପରିଚିତ କରାଇଥାନ୍ତି। କେବେ କଠୋର ଅନୁଶାସନ ତ ପୁଣି କେବେ ଗୁରୁଙ୍କ ପ୍ରେରଣାଦାୟୀ ବାର୍ତ୍ତା ବ୍ୟକ୍ତିକୁ ସାଧାରଣରୁ ଅସାଧାରଣ କରି ଗଢ଼ିତୋଳିଥାଏ। ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଆମକୁ ସଫଳ କରାଇଥାଏ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ୧୯୮୮ ମସିହା ସେପଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସର ମାନ୍ୟତା ମିଳିଛି।

ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନ ପାଇଁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ । ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି କରାଯାଇଥିଲା ।ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ରାଧାକ୍ରିଷ୍ଣନ । ୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ, ମାଂଚେଷ୍ଟର ବିଶ୍ବବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଭାରତ ରତ୍ନ । ଭାରତୀୟ ଦର୍ଶନ,ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।
ଆଜି ପ୍ରତ୍ୟେକ ସରକାରୀ ବେସରକାରୀ ସ୍କୁଲ କଲେଜରେ ଗୁରୁ ଦିବସକୁ ଖୁବ ଧୁମଧାମରେ ପାଳନ କରାଯାଉଛି । ଗୁରୁଙ୍କୁ ପୂଜା କରିବା ପରେ ଛାତ୍ରଛାତ୍ରୀ ମାନେ ଆଶୀର୍ବାଦ ନେଇଥାନ୍ତି । ବର୍ତ୍ତମାନ ସମୟରେ ସ୍କୁଲ କଲେଜରେ ଗୁରୁଦିବସକୁ ନୂଆ ନୂଆ ଢଙ୍ଗରେ ପାଳନ କରାଯାଉଛି । ଭିନ୍ନ ଭିନ୍ନ ଉପହାର ଗୁରୁମାନଙ୍କୁ ପ୍ରଦାନ କରାଯାଉଛି ।