ନୂଆଦିଲ୍ଲୀ : ଗୁପ୍ତଚରୀ ପାଇଁ ସିଆରପିଏଫ ଯବାନ ଦିଲ୍ଲୀରୁ ଗିରଫ । ପାକିସ୍ତାନୀ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଗିରଫ । ଯବାନ ମୋତିରାମ ଜାଟଙ୍କୁ ଗିରଫ କଲା ଏନଆଇଏ । ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିଲେ । ତେବେ ସୂଚନା ପାଇଁ ଯବାନଙ୍କୁ ପଇସା ମିଳୁଥିଲା । ଏଥିପାଇଁ ସେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିଲେ । ଏନଆଇଏ ଗିରଫ ସିଆରପିଏଫ ଯବାନଙ୍କୁ ପଚରାଉଚରା ଆରମ୍ଭ କରିଛି । ସୋସିଆଲ ମିଡିଆ ଜରିଆରେ ପାକିସ୍ତାନ ଇଣ୍ଟେଲିଜେନ୍ସୀ ଓପରେଟିଭ ସଂପର୍କରେ ରହିଥିଲେ । ଯବାନ ସୋସିଆଲ ମିଡିଆ ଜରିଆରେ ଦେଶ ସହିତ ଜଡିତ ଗୁପ୍ତ ସୂଚନା ପଠାଉଥିଲେ । ସୂଚନା ବଦଳରେ ପଇସା ମଧ୍ୟ ପାଉଥିଲେ । ତେବେ ଯବାନ ଗିରଫ ହେବା ପରେ ସିଆରପିଏଫ ନିୟମ ଅନୁଯାୟୀ ତାଙ୍କୁ ବହିଷ୍କାର କରାଯିବ । ଯବାନ ଜଣକ ପାକିସ୍ତାନରେ ଥିବା ହ୍ୟାଣ୍ଡେଲର୍ସକୁ ଅନେକ ସମ୍ବେଦନଶୀଳ ସୂଚନା ପଠାଇସାରିଛନ୍ତି ।
Views: 17