ଗଞ୍ଜାମ : ଗୁଣି ଗାରେଡି ସନେ୍ଦହରେ ୩ ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲା ହଡଗଡ ଥାନା ଖାରୀପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ସନ୍ଧୟାରେ ଗଡିଛି ୩ ମୁଣ୍ଡ । ଚାପା ଉତେଜନାକୁ ଦୃଷ୍ଟିରେ ରଖି ବଡ଼ଗଡ଼ ଥାନା ଅଂଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଉତ୍ତେଜନା ଲାଗି ରହିଛି। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି। ଗୋଟିଏ ଗୋଷ୍ଠୀର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି। ଦୁଇ ଜଣ ବାପା ପୁଅ ହେଲେ ଖଦାଲ ବେହେରା ଓ ରତ୍ନାକର ବେହେରା। ଅନ୍ୟ ଏକ ଗୋଷ୍ଠୀର ରମେଶ ବେହେରା ପ୍ରାଣ ହରାଇଛନ୍ତି। ବଡଗଡ ଥାନା ଖାରିପଲ୍ଲୀ ଗାଁରେ ଏହି ଘଟଣା ଘଟିଛି। ଖାରିପଲ୍ଲୀ ଗାଁରେ ତୀବ୍ର ଉତ୍ତେଜନା ଲାଗି ରହିଛି। ୫ଟି ଥାନା ଶେରଗଡ, ସୋରଡା, ବଡଗଡ, ଧରାକୋଟ ଓ ଆସ୍କା ଥାନାର ଆଇଆଇସି ଗାଁରେ ପଂହଚିଛନ୍ତି ।
ଗୁଣି ଗାରେଡି ନେଲା ୩ ଜୀବନ, ୧୨ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି
Facebook
Twitter
LinkedIn
Facebook
Twitter
LinkedIn
Recent News
୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ
ଭୁବନେଶ୍ୱର : ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା...
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...











