ନୂଆଦିଲ୍ଲୀ :ଗୁଜରାଟ ପୋରବନ୍ଦରରୁ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏମାନେ ଆଇଏସଆଇଏସରେ ଯୋଗ ଦେବା ପାଇଁ ଦେଶ ଛାଡି ଫେରାର ହେବାକୁ ଯୋଜନା କରୁଥିଲେ । ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ ସମିରା ବାନୋ ନାମକ ଜଣେ ସୁରଟ ମହିଳାଙ୍କୁ ଗିରଫ କରାଯାଇଛି । ସମିରା ସୁରତରେ ରହିଥିବା ବେଳେ ତାମିଲନାଡୁରେ ବିବାହ କରିଥିଲେ । ସମିରା ଲଭ ଜିହାଦ ପାଇଁ ୧୬-୧୮ ବର୍ଷର ଯୁବକଙ୍କୁ ଆଇଏସଆଇଏସ୍ ପାଇଁ ପ୍ରସ୍ତୁତ କରୁଥିଲେ । ସମିରା ଲଭ ଜିହାଦ ରାକେଟରେ ସାମିଲ ଥିଲେ ।
Views: 81