ନୂଆଦିଲ୍ଲୀ : ଏଫବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ହେଲେ ସେ ଯେପରି ଭାବେ ଶପଥ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି। ଶୁକ୍ରବାର ସେ ଭଗବତ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ। ଶପଥ ନେବା ସମୟରେ ପରିବାର ସଦସ୍ୟ ତାଙ୍କ ପାଖରେ ଛିଡା ହୋଇଥିଲେ ।ଶପଥ ନେବା ପରେ ସେ ତାଙ୍କ ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଏହାସହ ସ୍ତ୍ରୀଙ୍କୁ ଆଲିଙ୍ଗନ କରିଥିଲେ । ଶପଥ ନେବା ସମୟରେ ତାଙ୍କ ପାଖରେ ଥିବା ଭାରତୀୟ ସଂସ୍କୃତି ଭଲଭାବରେ ବାରି ହୋଇପଡୁଥିଲା । ନବମ ଏଫ୍ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ।
Views: 12