The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଗିରଫ୍ ହେଲା ସୁପାରିକିଲର ସମ୍ପଦ; ଟାର୍ଗେଟରେ ଥିଲେ ବ୍ୟବସାୟୀ

Facebook
Twitter
LinkedIn

ଭୁବନେଶ୍ୱର: ରାଜଧାନୀର ବ୍ୟବସାୟୀଙ୍କୁ ଟାର୍ଗେଟ କରିଥିବା ସୁପାରିକିଲରକୁ ଗିରଫ କଲା କମିସନରେଟ୍ ପୋଲିସ୍ । ହାତରେ ବନ୍ଧୁକ ଧରି ଛକି ବସିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ନୟାପଲ୍ଲୀ ପୋଲିସ୍ । ଗତ ନଭେମ୍ବର ୨୬ ତାରିଖ ରାତି ୯.୩୦ ମିନିଟ୍‌ରେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ବ୍ୟବସାଇଙ୍କୁ ଛକି ବସିଥିଲା ଏହି ବନ୍ଧୁକ ଧାରୀ ସୁପାରିକିଲର ଓ ତାର ସହଯୋଗୀ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାର ଦେଖି ପୋଲିସକୁ ବନ୍ଧୁକ ଦେଖାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା ବେଳେ ଦୀର୍ଘ ୧୦ମିନିଟ୍ କାଳ ଧସ୍ତାଧସ୍ତି ପରେ ଶେଷରେ ସୁପାରିକିଲର ସମ୍ପଦ ସାହୁକୁ କାବୁ କରିନେଇଥିଲା ପୋଲିସ । ତେବେ ସେହି ଧସ୍ତାଧସ୍ତି ମଧ୍ୟରେ ସମ୍ପଦର ସହଯୋଗୀ ଖସିଯା ଇଥିବା ବେଳେ ପେିଲିସ ପଞ୍ଝାରୁ ଖସିପାରିନଥିଲା ସମ୍ପଦ ।


ଜଗତସିଂହପୁରରେ ହୋଇଥିବା ପ୍ଲାନର କ୍ରାଇମ୍ ପଏଣ୍ଟ ଥିଲା ଭୁବନେଶ୍ୱର । ତେଣୁ ଦୁଇ ଅଭିଯୁକ୍ତ ହାତରେ ବନ୍ଧକ ଧରି ଘଟଣା ସ୍ଥଳେ ଜଗି ବସିଥିଲେ । ଗିରଫ ପରେ ତାଙ୍କ ନାମରେ (ନଂ. ୫୪୮/୨୧) ମାମଲା ରୁଜୁ କରାଯା ଇ କୋର୍ଟ ଚାଲାଣ କରାଯା ଇଛି । ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ;ସମ୍ପଦ ସାହୁ(୩୬) । ତାଙ୍କ ପାଖରୁ ଦୁଇଟି ହାଇ ପ୍ରୋଫାଇଲର ଚୋରା ବନ୍ଧୁକ, ୮ ରାଉଣ୍ଡ ଗୁଳି ଓ ଲଙ୍କାଗୁଣ୍ଡ ସ୍ପ୍ରେ ଓ ସେ ବ୍ୟବହାର କରୁଥିବା ବାଇକକୁ ଜବତ କରାଯାଇଛି । ତେବେ କାହାକୁ ହତ୍ୟା କରିବାକୁ ସେ ସେଠାରେ ଜଗି ରହିଥିଲା, ସେ ନେଇ ତଦନ୍ତରେ ବାଧା ସୃଷ୍ଟି ନ ହେବାକୁ ପୋଲିସ୍ ତାହାର ଖୁଲାସା କରିବାକୁ ମନା କରିଛି । ଏହି ମାମଲାରେ ଫେରାରଥିବା ସମ୍ପଦର ସହଯୋଗୀକୁ ଧରିବାକୁ ପୋଲିସ୍ ପକ୍ଷରୁ ତନା ଘନା ଜାରି ରହିଛି ।


ସୁପାରିକିଲର ସମ୍ପଦ ନାମରେ ପୂର୍ବରୁ ଅନେକ ଗୁଡ଼ିଏ ମାମଲା ଥିବାରୁ ସେ ଏକ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ସୂଚନା ମିଳିଛି । ସେ ୨୦୧୮ ରେ ଜେଲରୁ ବାହାରିଥିବା ଜଣାପଡ଼ିଛି । ସମ୍ପଦ ନାମରେ କଟକ ବିଡ଼ାନାସୀ, ମାଲ୍ ଗୋଦାମ୍ ଓ ବାରଙ୍ଗ ଥାନା ସମେତ କେନ୍ଦ୍ରାପଡ଼ା ପାଟକୁରା ଓ ଜଗତସିଂହପୁର ସ୍ଥିତ ତିର୍ତ୍ତୋଲ୍ ଥାନାରେ ହତ୍ୟା ଭଳି ୫ ମାମଲା ରହିଛି । ତେବେ ଏ ହି ମାମଲାରେ ହତ୍ୟା କରିବାକୁ ସେ କାହାଠାରୁ ସୁପାରି ପାଇଥିଲା ତାହାର ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login