ଭୁବନେଶ୍ୱର : ଗୋଲ୍ଡେନ ବାବାର ୧.୫୩ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି । ଗୋଲ୍ଡେନ ବାବାର ଘର , ଗାଡି, ବ୍ୟାଙ୍କ ଆକାଉଣ୍ଟ ଆଟାଚ୍ । ପୂର୍ବରୁ ୨ଟି ଗାଡି ସହ ୫୩ ଲକ୍ଷ ଟଙ୍କା ଫ୍ରିଜ୍ କରିଥିଲା ଇଡି । କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା। ୨୦୧୮ରେ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କୁ ଠକିଥିଲା। ୨୦୧୯ରେ ଇଡି ଏହି ମାମଲାର ତଦନ୍ତ କରିଥିଲା। କେନ୍ଦୁଝରର ମୂଳ ନିବାସୀ ଗୋଲଡେନ୍ ବାବା ଭୁବନେଶ୍ବର ନିଳାଦ୍ରୀ ବିହାରରେ ଆଲିସାନ୍ ବଙ୍ଗଳା କରି ରହୁଥିଲା।
Views: 89











