The Ultimate Managed Hosting Platform
ADVERTISEMENT

ଗାତରେ ପଡି ଛୁଆ ହାତୀ ମୃତ

Facebook
Twitter
LinkedIn

ତେଲକୋଇ : ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ଛୁଆ ହାତୀ ମୃତ । ବାଂଶପାଳ ବ୍ଲକ ଭେଜିଡିହ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ । ଜଳ ନିଷ୍କାସନ ପାଇଁ ଗାତଟି ଜଙ୍ଗଲ ବିଭାଗ ଖୋଳିଥିବା ସୂଚନା । କାଲିଠୁ ହାତୀ ଛୁଆ ଗାତରେ ପଡିଥିଲେ ବି ଉଦ୍ଧାର ହୋଇ ନ ପାରି ମୃତ ।
ଗତକାଲି ରାତିରେ ନୟାକୋଟ ବିଟ୍ ର ଭେଜିଡିହୀ ଅଞ୍ଚଳରେ ଘୁରି ବୁଲୁଥିବା ୧୨ ଟିକିଆ ହାତୀ ପଲରେ ଥିବା ଏହି ଶାବକଟି ଅସୁସ୍ଥ ହୋଇ ଜଙ୍ଗଲରେ ପଡ଼ି ରହିଥିଲା। ତେବେ ଗୋଠରେ ଥିବା ୧୧ ଟିକିଆ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ଏବେ ଘୁରିବୁଲୁଥିବା ଜଣାପଡ଼ିଛି।
ହାତୀ ଶାବକଟିର ବୟସ ପାଖାପାଖି ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ଠାରୁ ଏ ସି ଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନ କାନ୍ତ ସାହୁ, ବନପାଳ ଜ୍ୟୋତିର୍ମୟୀ ପଟ୍ଟନାୟକ, ରାଜେନ୍ଦ୍ର ପାତ୍ରଙ୍କ ସହିତ ବନ ବିଭାଗ ଟିମ ଉପସ୍ଥିତ ରହି ଶାବକ ଟିକୁ ଉଦ୍ଧାର କରି ଚିକିତ୍ସା ଚଳାଇଥିଲେ ଆଜି ସକାଳେ ଶାବକଟିର ମୃତ୍ୟୁ ଘଟିଛି। ଶାବକଟିର ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login