ଭୁବନେଶ୍ୱର : ଗାଡି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସଙ୍ଗ । ପରିବହନ ବିଭାଗର ଏପରି ପ୍ରସ୍ତାବକୁ ବସ ଓ ଟ୍ରକ ମାଲିକଙ୍କ ବିରୋଧ । ଘରୋଇ ବସ ମାଲିକ ସଂଘ ଓ ଟ୍ରକ ମାଲିକ ଫେଡେରେସନର ବିରୋଧ । ଏହା ଦ୍ୱାରା ଗାଡି ଚାଳକ ଅସୁବିଧାରେ ପଡିବେ, ପୋଲିସ ଜୁଲମ ବଢିବ । ପୋଲିସ କ୍ଷମତାର ଅପବ୍ୟବହାର କରବି ବୋଲି ମିଳିତ ଅଭିଯୋଗ । ଏବେ ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି । ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନ ଶୃଙ୍ଖଳା ଦେଖୁ । ଗାଡି ଯାଞ୍ଚ କରିବା ପୋଲିସର କାମ ନୁହେଁ । ଯଦି ସରକାର ଏପରି କିଛି ନିଷ୍ପତ୍ତି ନିଅନ୍ଚି ତା ହେଲେ ଆନେ୍ଦାଳନ କରିବୁ ।
Views: 69