ଉଦଳା : ପୋଲିସ ପିଛା କରିବା ବେଳେ ଗାଡି ଛାଡି ପଳାଇଲେ ଲୁଟେରା । ରାଣୀ ବନ୍ଧ ଗଙ୍ଗାନଦୀ ବାଉଁଶ ପୋଲ ଉପରେ କାର ଛାଡି ପଳାଇଲେ । ମାସ୍କ ପିନ୍ଧି ୩ରୁ ୪ ଜଣ ଦୁର୍ବୁତ୍ତ ନଦୀରେ ପଶି ପଳାଇଥିବା ସୂଚନା । କାରରୁ କଟର ମେସିନ , ସ୍ପ୍ରେ ସହ କାଗଜପତ୍ର ଜବତ କଲା ପୋଲିସ । ଗାଡିଟି ଝାଡଖଣ୍ଡର ହୋଇଥିବା ସୂଚନା । କାରକୁ ଖୁଣ୍ଟା ଥାନା ଆଣିଲା ପୋଲିସ । ଲୁଟେରାମାନେ ବାଲେଶ୍ୱରରେ ୨ଟି ଏଟିଏମ ଲୁଟରେ ସମ୍ପୃକ୍ତ ଥିବା ସନେ୍ଦହ । ବାଲେଶ୍ୱର, ଖୁଣ୍ଟା ଓ ଔପଦା ଥାନା ପୋଲିସ କାରକୁ ପିଛା କରିଥିଲା ।
Views: 94