ନୂଆଦିଲ୍ଲୀ : ମାନବୀୟ ସହାୟତା ପରେ ପୁଣି ଗାଜା ଉପରେ ଆକ୍ରମଣ । ହମାସ ବିରୋଧରେ ଜୋରଦାର ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ । ୱେଷ୍ଟ ବ୍ୟାଙ୍କରେ ମସଜିଦ ଭିତରେ ଲୁଚିଥିବା ଆତଙ୍କବାଦୀ ନିପାତ । ଆକ୍ରମଣ ପାଇଁ ଆତଙ୍କବାଦୀ ମାନେ ଯୋଜନା କରୁଥିବା ଇସ୍ରାଏଲର ଦାବି । ଆକ୍ରମଣ ଆହୁରି ଜୋରଦାର କରାଯିବ କହିଲା ଇସ୍ରାଏଲ ସେନା । ହମାସ ଆତଙ୍କବାଦୀମାନେ ଏଠାରେ ରହି ଜିହାଦ ପାଇଁ ଯୋଜନା ବନାଉଥିଲେ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।
ସେପଟେ ଇସ୍ରାଏଲର ଆକ୍ରମଣରେ ଗାଜା ଷ୍ଟିପରେ ୪ ହଜାର ୪୪୬ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି ହମାସ ଆକ୍ରମଣରେ ଇସ୍ରାଏଲର ୧୪ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଏବେ ଉତ୍ତର ସହ ଦକ୍ଷିଣ ଗାଜାରେ ମଧ୍ୟ ମିସାଇଲ ମାଡ କରୁଛି । ଶନିବାର ଦକ୍ଷିଣ ଗାଜାରେ ହୋଇଥିବା ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ଗଣମାଧ୍ୟମ ରିପୋର୍ଟ କରିଛି । ଗାଜା ଜମି ଅଧିକାର କରିବା ଅବା ଗାଜାର ନୂଆ ସରକାର ଗଠନ ଲକ୍ଷ ରଖି ଇସ୍ରାଏଲ ଆକ୍ରମଣ କରୁଛି ।
ଗାଜା ଉପରେ ପୁଣି ଏୟାରଷ୍ଟ୍ରାଇକ, ୫୦ରୁ ଅଧିକ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











