ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ପୁଣି ଥରେ, ଗାଜାରେ ଇସ୍ରାଇଲ୍ ଦ୍ବାରା ଭୟଙ୍କର ବିମାନ ଆକ୍ରମଣ କରାଯାଇଛି । ନିକଟରେ ଇସ୍ରାଏଲ୍ ବିମାନ ଆକ୍ରମଣରେ ୧୦୦ ରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଉତ୍ତର ଅଞ୍ଚଳର ଏକ ସ୍କୁଲରେ ଆଶ୍ରୟ ନେଇଥିଲେ । ପାଲେଷ୍ଟାଇନର ସ୍ବାସ୍ଥ୍ୟ ଅଧୀକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ସମୟରେ, ଇସ୍ରାଏଲୀ ସେନା ପୁଣିଥରେ କହିଛି ଯେ ତାର କାର୍ୟ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିଛି । ଇସ୍ରାଏଲର ସ୍ପଷ୍ଟ ଦ୍ରୁଷ୍ଟିକୋଣ ହେଉଛି ଯେ ଏପରି କାର୍ୟ୍ୟାନୁଷ୍ଠାନ ନେବାର ଉଦ୍ଦେଶ୍ୟ ହେଉଛି ହମାସ ଉପରେ ଚାପ ପକାଇବା ଏବଂ ତାକୁ ଗାଜାରୁ ବିତାଡିତ କରିବା । ଇସ୍ରାଏଲୀ ସେନାର ଆକ୍ରମଣ ସମ୍ପର୍କରେ ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଜାହେର ଅଲ-ୱାହିଦି କହିଛନ୍ତି ଯେ ଗାଜାର ତୁଫାହରେ ଏକ ସ୍କୁଲରୁ ୧୪ ଜଣ ଶିଶୁ ଏବଂ ୫ ଜଣ ମହିଳାଙ୍କ ମୃତଦେହ ମିଳିଛି । ସେ ଏହା ମଧ୍ୟ କହିଛନ୍ତି ଯେ ୭୦ ଜଣ ଆହତଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବ୍ରୁଦ୍ଧି ପାଇପାରେ ।
ଗାଜାରେ ଇସ୍ରାଏଲର ବୋମା ମାଡ, ୧୦୦ରୁ ଅଧିକ ଲୋକଙ୍କ ଗଲାଣି ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











