ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ପୁଣି ଥରେ, ଗାଜାରେ ଇସ୍ରାଇଲ୍ ଦ୍ବାରା ଭୟଙ୍କର ବିମାନ ଆକ୍ରମଣ କରାଯାଇଛି । ନିକଟରେ ଇସ୍ରାଏଲ୍ ବିମାନ ଆକ୍ରମଣରେ ୧୦୦ ରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଉତ୍ତର ଅଞ୍ଚଳର ଏକ ସ୍କୁଲରେ ଆଶ୍ରୟ ନେଇଥିଲେ । ପାଲେଷ୍ଟାଇନର ସ୍ବାସ୍ଥ୍ୟ ଅଧୀକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ସମୟରେ, ଇସ୍ରାଏଲୀ ସେନା ପୁଣିଥରେ କହିଛି ଯେ ତାର କାର୍ୟ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିଛି । ଇସ୍ରାଏଲର ସ୍ପଷ୍ଟ ଦ୍ରୁଷ୍ଟିକୋଣ ହେଉଛି ଯେ ଏପରି କାର୍ୟ୍ୟାନୁଷ୍ଠାନ ନେବାର ଉଦ୍ଦେଶ୍ୟ ହେଉଛି ହମାସ ଉପରେ ଚାପ ପକାଇବା ଏବଂ ତାକୁ ଗାଜାରୁ ବିତାଡିତ କରିବା । ଇସ୍ରାଏଲୀ ସେନାର ଆକ୍ରମଣ ସମ୍ପର୍କରେ ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଜାହେର ଅଲ-ୱାହିଦି କହିଛନ୍ତି ଯେ ଗାଜାର ତୁଫାହରେ ଏକ ସ୍କୁଲରୁ ୧୪ ଜଣ ଶିଶୁ ଏବଂ ୫ ଜଣ ମହିଳାଙ୍କ ମୃତଦେହ ମିଳିଛି । ସେ ଏହା ମଧ୍ୟ କହିଛନ୍ତି ଯେ ୭୦ ଜଣ ଆହତଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବ୍ରୁଦ୍ଧି ପାଇପାରେ ।
ଗାଜାରେ ଇସ୍ରାଏଲର ବୋମା ମାଡ, ୧୦୦ରୁ ଅଧିକ ଲୋକଙ୍କ ଗଲାଣି ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...