ସୁବର୍ଣ୍ଣପୁର : କଣ୍ଟାମାଳ ରେଞ୍ଜରେ ଗାଇକୁ ମାରି ଖାଇଲା ବାଘ । ମାରଣ ପ୍ରସାଦ ସେକ୍ସନ ସମକୁପା ଅଞ୍ଚଳରେ ବାଘ ଆତଙ୍କ । ବାଘର ପାତ ଚିହ୍ନ ଓ ମଳ ଠାବ । କିନ୍ତୁ କଲରାପତରିଆ ନା ମହାବଳ ଅସ୍ପଷ୍ଟ । ଗାଁଲୋକ ପ୍ରତିଦିନ ଜଙ୍ଗଲକୁ ଗାଇଗୋରୁଙ୍କୁ ଚରାଇବାକୁ ନେଇ ଗାଇ ଛେଳି ହଜିଥିବା ଦେଖିବାକୁ ପାଇଥିଲେ । ଜଙ୍ଗଲ ଭିତରେ ଖୋଜାଖୋଜି କରିବା ପରେ ଗାଇଗୋରୁଙ୍କ ମୃତଦେହର ଅବଶେଷ ପଡିଥିବା ଦେଖିବା ସହ ବାଘର ପାଦଚିହ୍ନ ଓ ମଳ ମଧ୍ୟ ଦେଖିବାକୁ ପାଇଥିଲେ । ତେବେ ବାଘଟି କଲରାପତିରିଆ ନା ମହାବଳ ଜଣାପଡିନି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Views: 54











