ଝାରସୁଗୁଡା : ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ହତ୍ୟା । ଝାରସୁଗୁଡା ଜିଲ୍ଲା ଲଇକେରା ପତ୍ରାପଲ୍ଲୀ ଗାଁରେ ହତ୍ୟା । ଗୋଟିଏ ପରିବାରର ୬ ଜଣ ପିଟି ପିଟି ହତ୍ୟା କରିଥିବା ସୂଚନା । ୬ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ମୃତକଙ୍କ ନାମ ବିପିନ ଭୋଇ । ସେହି ଗାଁର ଗୋଟିଏ ପରିବାର କିଛି ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ପରିବାରର ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପରସ୍ପର ଗଣ୍ଡଗୋଳରୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ଘଟଣା ସ୍ଥଳରେ ଲଇକେରା ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି ।
Views: 128











