ବାଲେଶ୍ୱର : ଗହଣା ଦୋକାନରୁ ଗହଣା ଓ ନଗଦ ଟଙ୍କା ଲୁଟ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତର ଛମୌଜ ସ୍ଥିତ ରାଣୀବଜାରର ଏକ ଜୁଏଲାରୀ ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସବୁଦିନ ପରି ଜୁଏଲାରୀ ମାଲିକ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଯାହାପରେ ଏହି ଦୁର୍ବୃତ୍ତମାନେ ଦୋକାନରେ ପଶିଥିଲେ । ପ୍ରଥମେ ଦୁର୍ବୃତ୍ତମାନେ ଦୋକାନର ଉପର ଏଜବେଷ୍ଟ ଚାଳ ଭାଙ୍ଗି ଥିବା ବେଳେ ତଳେ ଲୁହାର ଜାଲି ଥିବାରୁ ପ୍ରବେଶ କରି ପାରିନଥିଲେ । ପରେ ପୁଣି ତଳକୁ ଆସି ଦୋକାନର ମୁଖ୍ୟ ତାଲା ଭାଙ୍ଗିବା ସହ ଅନ୍ୟ ୪ଟି ତାଲା ଭାଙ୍ଗି ନଗଦ ୩୦ ହଜାର ଟଙ୍କା ଏବଂ ୮୦୦ ଗ୍ରାମ ରୂପା ଗହଣା ନେଇ ଯାଇଛନ୍ତି । ସୁନା ଗହଣା ଥିବା ଲକରଟି ଖୋଲିବାକୁ ଚେଷ୍ଟା କରି ବିଫଳ ହେବାରୁ ସୁନା ଅଳଙ୍କାର ନେଇ ପାରିନାହାନ୍ତି । ସକାଳୁ ଆସି ଦୋକାନୀ ଦେଖନ୍ତି ତ ଦୋକାନ ମୁଖ୍ୟ ଗେଟ୍ ଖୋଲା ପଡିଛି ଉପର ଆଜବେଷ୍ଟ ଭଙ୍ଗାଯାଇଛି । ନଗଦ ଟଙ୍କା ସହ ରୂପା ଅଳଙ୍କାର ମଧ୍ୟ ଗାୟବ । ଯାହାପରେ ଦୋକାନୀ ଜଣକ ଜଳେଶ୍ଵର ଥାନାରେ ଏକ ଲିଖିତ ଏତାଲା ଦେଇଥିଲେ । କେସ ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।
ଗହଣା ଦୋକାନରୁ ଗହଣା ଓ ନଗଦ ଟଙ୍କା ଲୁଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











