The Ultimate Managed Hosting Platform
ADVERTISEMENT

ଗହଣା ଦୋକାନରୁ ଗହଣା ଓ ନଗଦ ଟଙ୍କା ଲୁଟ

Facebook
Twitter
LinkedIn

ବାଲେଶ୍ୱର : ଗହଣା ଦୋକାନରୁ ଗହଣା ଓ ନଗଦ ଟଙ୍କା ଲୁଟ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତର ଛମୌଜ ସ୍ଥିତ ରାଣୀବଜାରର ଏକ ଜୁଏଲାରୀ ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସବୁଦିନ ପରି ଜୁଏଲାରୀ ମାଲିକ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଯାହାପରେ ଏହି ଦୁର୍ବୃତ୍ତମାନେ ଦୋକାନରେ ପଶିଥିଲେ । ପ୍ରଥମେ ଦୁର୍ବୃତ୍ତମାନେ ଦୋକାନର ଉପର ଏଜବେଷ୍ଟ ଚାଳ ଭାଙ୍ଗି ଥିବା ବେଳେ ତଳେ ଲୁହାର ଜାଲି ଥିବାରୁ ପ୍ରବେଶ କରି ପାରିନଥିଲେ । ପରେ ପୁଣି ତଳକୁ ଆସି ଦୋକାନର ମୁଖ୍ୟ ତାଲା ଭାଙ୍ଗିବା ସହ ଅନ୍ୟ ୪ଟି ତାଲା ଭାଙ୍ଗି ନଗଦ ୩୦ ହଜାର ଟଙ୍କା ଏବଂ ୮୦୦ ଗ୍ରାମ ରୂପା ଗହଣା ନେଇ ଯାଇଛନ୍ତି । ସୁନା ଗହଣା ଥିବା ଲକରଟି ଖୋଲିବାକୁ ଚେଷ୍ଟା କରି ବିଫଳ ହେବାରୁ ସୁନା ଅଳଙ୍କାର ନେଇ ପାରିନାହାନ୍ତି । ସକାଳୁ ଆସି ଦୋକାନୀ ଦେଖନ୍ତି ତ ଦୋକାନ ମୁଖ୍ୟ ଗେଟ୍ ଖୋଲା ପଡିଛି ଉପର ଆଜବେଷ୍ଟ ଭଙ୍ଗାଯାଇଛି । ନଗଦ ଟଙ୍କା ସହ ରୂପା ଅଳଙ୍କାର ମଧ୍ୟ ଗାୟବ । ଯାହାପରେ ଦୋକାନୀ ଜଣକ ଜଳେଶ୍ଵର ଥାନାରେ ଏକ ଲିଖିତ ଏତାଲା ଦେଇଥିଲେ । କେସ ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login