ଭଦ୍ରକ : ବିବାହିତା ମହିଳାଙ୍କ ମୃତଦେହ ଠାବ । ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ କବିସାହି ନିକଟରେ ଠାବ । ମୃତ ମହିଳା ଜଣଙ୍କ ହେଉଛନ୍ତି ତପସ୍ୱିନୀ ତାଙ୍କ ଘର ନପଙ୍ଗରେ । ସେ ସେହି ଗାଁର ସିପୁନ ଦାସଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ତପସ୍ୱିନୀ ଗର୍ଭବତୀ ଥିବା ସୂଚନା । ତପସ୍ୱିନୀଙ୍କୁ ସିପୁନ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ ବୋଲି ମୃତା ତପସ୍ୱିନୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ତପସ୍ବିନୀ ଗର୍ଭବତୀ ଥିବା ପରିବାର ଲୋକ କହିଛନ୍ତି । ଆଜି ସକାଳୁ ଚଣ୍ଡୀମା ପଡିଆ ନିକଟରେ ସନ୍ଦେହ ଜନକ ଭାବେ ତପସ୍ୱିନୀଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ତପସ୍ୱିନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ।
Views: 90