ଭୁବନେଶ୍ୱର : ଗଦି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ମଞ୍ଚେଶ୍ୱର ରେଲୱେ ଷ୍ଟେସନ ନିକଟରେ ଥିବା ଗଦି ଫ୍ୟାକ୍ଟ୍ରିରେ ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଟିକେ. ଫୋମ ଇଣ୍ଡଷ୍ଟ୍ରୀରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଭୟଙ୍କର ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣାପଡ଼ି ନାହିଁ ।
Views: 59