ଭୁବନେଶ୍ୱର : ଗତକାଲିର ସମ୍ବଲପୁର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା । ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ଯାହା ଘଟିଛି ତାହା ଅଭାବନୀୟ ଘଟଣା । କାଲିର ଘଟଣାରେ ପୋଲିସ ଓ ସାଧାରଣ ଲୋକ ଆହତ ହୋଇଛନ୍ତି । କାଲିର ଘଟଣା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ପୂର୍ବରୁ କହିଥିଲି ରାଜ୍ୟରେ ଆଇନଶୃଙ୍ଖଳା ଠିକ ନାହିଁ , ଏହା ସ୍ପଷ୍ଟ କରୁଛି ।
Views: 174