The Ultimate Managed Hosting Platform
ADVERTISEMENT

ଗଣେଷ ଭଷାଣିକୁ ନେଇ ପୋଲିସ ଜନସାଧାରଣ ମୁହାଁମୁହିଁ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଗଣେଷ ଭଷାଣିକୁ ନେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ମୁହାଁ ମୁହିଁ ।ଜଗତସିଂହପୁର ସହରାଞ୍ଚଳରେ ଥିବା ବିଭିନ୍ନ କ୍ଲବର ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ଡିଜେ ସାଉଣ୍ଡ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ପରିମିଶନ ନିଆଯାଇଥିଲା।ଭଷାଣି ସମୟରେ ଜଗତସିଂହପୁର ଟାଉନ ପୋଲିସ ପହଁଚି ଡିଜେ ସାଉଣ୍ଡ ଗାଡି ଗୁଡିକୁ ଜବତ କରି ଥାନାରେ ଅଟକ ରଖିବା ପରେ କ୍ଲବର ସଦସ୍ୟମାନେ ପହଁଚି ଥାନାରେ ହୋ ହଲା କରିଥିଲେ।ଥାନା ଅଧିକାରୀ କ୍ଲବର ସଦସ୍ୟମାନଙ୍କୁ ଡାକି ଡିଜେ ସାଉଣ୍ଡର ପରିମିଶନ ନଥିବା ଦର୍ଶାଇ ଥିଲେ।କ୍ଲବ ସଦସ୍ୟ ମାନଙ୍କ କହିବା କଥା ଯଦି ଡିଜେ ସାଉଣ୍ଡ ବାଜିବା ପାଇଁ ପରିମିଶନ ନଥିଲା ତାହେଲେ ଭାଷାଣି ପୂର୍ବରୁ ବନ୍ଦ କରିବାର ଥିଲା।ସଦର ପୋଲିସ ଆଗରୁ କିଛି ନକହି ଅଧାରୁ ଭାଷାଣି ବନ୍ଦ କରିବା ଠିକ ନୁହେଁ ବୋଲି କ୍ଲବର ସଦସ୍ୟ ମାନେ କହିଥିଲେ।ତେବେ ଗଣେଷ ଭଷାଣି ଉତ୍ସବରେ ଅନେକ ମେଢ଼ ଡିଜେ ବଜାଇ ଯାଉଥିବା ବେଳେ କେତେକ ନିର୍ଦ୍ଦିଷ୍ଠ ମେଢ଼ ଉପରେ କଟକଣା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି।ଗଣେଷ ଭଷାଣିକୁ ନେଇ କିଛି ସମୟ ପାଇଁ ଥାନାରେ ଉତେଜନା ଦେଖା ଦେଇଥିଲା।ଭଷାଣିରେ ଯାଇଥିବା ଦୁଇଟି ଡିଜେ ଗାଡିକୁ ପୋଲିସ ଜବତ କରି ଥାନାରେ ଅଟକ ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login