ନୂଆଦିଲ୍ଲୀ: ଆଜି ସାରା ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ ମହମୁଦ ଅଲି ହଠାତ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହମୁଦ ଅଲି କେସିଆର ପାର୍ଟିର ବିଆରଏସର ନେତା। ସେ ୨୦୧୪ରୁ ୨୦୧୮ ପର୍ୟ୍ୟନ୍ତ ତେଲେଙ୍ଗାନାର ଡେପୁଟି ସିଏମ ରହିଥିଲେ। କେସିଆରର ଦ୍ବିତୀୟ କାର୍ୟ୍ୟାଳୟରେ ମହମୁଦ ଅଲ୍ଲିଙ୍କୁ ରାଜ୍ୟ ଗୃହ ମନ୍ତ୍ରାଳୟ, ଜେଲ ସେବା ଦାୟିତ୍ୱ ଦିଆଯାଇଥିଲା ।
Views: 82