ଭୁବନେଶ୍ୱର : ଆମ ବସ କର୍ମଚାରୀଙ୍କ ଷ୍ଟିୟରିଂ ଛାଡ ଆନେ୍ଦାଳନ । ୪୨ ଦିନ ହେବ ଦରମା ମିଳି ନ ଥିବାରୁ କର୍ମଚାରୀଙ୍କ ଆନେ୍ଦାଳନ । ପୋଖରୀପୁଟ ଡିପୋରେ ଆନେ୍ଦାଳନ କାରଣରୁ ଅଟକିଛି ୪୩ ବସ । ଓଭର ଡ୍ୟୁଟି ଚାପ, ଇଏସଆଇ ସମସ୍ୟା, ସାପ୍ତାହିକ ଛୁଟି ମିଳୁ ନ ଥିବା ଅଭିଯୋଗ । ୪୩ଟି ବସ ବନ୍ଦ ପଡ଼ିଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । କୌଣସି ସାମାଜିକ ସୁରକ୍ଷା ବିନା ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ସୂଚନା ଅନୁସାରେ ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା । କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ୟ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି । ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।
Views: 35