ଭୁବନେଶ୍ୱର : ୮ କେଜି ଗଞ୍ଜେଇ ସହ ୨ ଯୁବତୀ ଗିରଫ । କନ୍ଧମାଳର ୨ ଯୁବତୀଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଗଞ୍ଜେଇ ଚାଲାଣ କରୁଥିଲେ । କନ୍ଧମାଳରୁ ଡାଲା ଅଟୋରେ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା । ମାତ୍ର ଭୁବନେଶ୍ୱର ଆସିବା ବାଟରେ ମାଡିବସିଲା ଭରତପୁର ଥାନା ପୋଲିସ । ଗିରଫ ଯୁବତୀ ଚୁମକି ଲତା ମଳିକ । ଚୁମକିଙ୍କ ସହ ଅଟୋ ଡ୍ରାଇଭର ସୋନୁ ଦିଗଲକୁ ମଧ୍ୟ ଗିରଫ କରାଯାଇଛି । ସୋନୁ ଦିଗଲ ନୟାପଲ୍ଲି ଅଂଚଳରେ ରହେ । ଏମାନଙ୍କଠାରୁ ୮କେଜିର ଗଂଜେଇ ଜବତ ହୋଇଛି ।
Views: 88











