The Ultimate Managed Hosting Platform
ADVERTISEMENT

ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ଭୋଟ ଗଣନା ଜାରି, ଗଣତି କେନ୍ଦ୍ରରେ ପହଞ୍ଚି ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

Facebook
Twitter
LinkedIn

ଖଲ୍ଲିକୋଟ : ଆଜିଠୁ ଆରମ୍ଭ ଭୋଟ ଗଣତି ପ୍ରକ୍ରିୟା ଜ୍ଝ ପ୍ରାରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜ୍ଝ କଡାସୁରକ୍ଷା ବଳୟରେ ଆରମ୍ଭ ହୋଇଛି ଗଣତି । ତେବେ ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୨୨ଟି ବ୍ଲକରେ ଭୋଟ ଗଣତି ହେଉଛି ।

ତେବେ ଜିଲ୍ଲାରେ ୬୯ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ପ୍ରଥମ ଦିନରେ ୨୨ଟି ଜିଲ୍ଲାପରିଷଦ ଜୋନ ଗଣତି ହେବ । ଏହି ୨୨ଟି ଜୋନ ଅଧିନରେ ଥିବା ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ଭୋଟ ମଧ୍ୟ୍ୟ ଗଣତି ହେବ । ପ୍ରଥମେ ୱାର୍ଡ ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ଗଣତି କରାଯିବ । ଭୋଟ ଗଣତି କେନ୍ଦ୍ରରେ ସିସିଟିଭି ଲାଗିବା ସହିତ ଆବଶ୍ୟକ କର୍ମଚାରୀ ରହିଛନ୍ତି ।

ଭୋଟ କେନ୍ଦ୍ରରେ ସକାଳ ୮ଟାରୁ ପହଞ୍ଚି ଭୋଟ ଗଣତି କାର‌୍ୟ୍ୟରେ ଆରମ୍ଭ ହୋଇଛି । ଗଣତି କେନ୍ଦ୍ର ଭିତରକୁ କେହି ବି ଫୋନ ନେବା ପାଇଁ ବାରଣ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ଗଣନା କେନ୍ଦ୍ରର ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଶନିବାର ସକାଳୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ବ୍ଲକରେ ଗଣତି କେନ୍ଦ୍ରରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ ଜ୍ଝ ପୋଲିସ ପ୍ରଶାସନ ପକ୍ଷରୁ ଏ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login