ଗଞ୍ଜାମ : ଗଞ୍ଜାମରେ ଡାଇରିଆ ଆତଙ୍କ । ଜଣଙ୍କ ଜୀବନ ନେଲା ଡାଇରିଆ । ଗତ ରାତିରେ ଆଉ ଜଣେ ମହିଳାଙ୍କ ଜୀବନ ଯାଇଛି । ସାନଖେମୁଣ୍ଡିରେ ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା । ସ୍ୱାସ୍ଥ୍ୟ ବିଭାଗର ଟିମ ଓ ସାନଖେମୁଣ୍ଡି ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ସଚେତନ କରାଯାଉଛି । ଝାଡ଼ାବାନ୍ତି ହେଲେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଔଷଧ ଖାଇବା ପାଇଁ ପରାମର୍ଶ ଦେବା ସହ ଓଆରଏସ ବଣ୍ଟନ କରାଯାଇଛି ।ଅନ୍ୟପଟେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏପରି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
Views: 17