ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ନେଇ ଚିନ୍ତାବ୍ୟକ୍ତ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଲଘୁଚାପ ପ୍ରଭାବରେ ମାତ୍ରାଧିକ ବର୍ଷା ଧନଜୀବନକୁ ପ୍ରଭାବିତ କରିଛି । କେଉଁଠି ପ୍ରାଣହାନୀ ତ କେଉଁଠି ଲୋକ ନିଖୋଜ ଅଛନ୍ତି । ବନ୍ଦ ରାସ୍ତା ପାଇଁ ଜରୁରୀକାଳୀନ ସେବାରୁ ଅନେକ ଗାଁ ବଞ୍ଚିତ । ବନ୍ୟା ପ୍ରଭାବିତ ଲୋକଙ୍କ ସହ ମୋର ସମବେଦନା ରହିଛି । ସ୍ଥାନୀୟ ଅଧିକାରୀ ତ୍ବରିତ ଉଦ୍ଧାର ଓ ରିଲିଫ୍ କାର୍ୟ୍ୟ ସୁନିଶ୍ଚିତ କରନ୍ତୁ। ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ନବୀନ ପଟ୍ଟନାୟକ।
ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଳନ ହେବା ସହ ରାସ୍ତା ଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହା ସହ ବର୍ଷା ପାଣି ପଶି କେଉଁଠି ଭୁସ୍କଳନ ଘଟି ଜୀବନ ଗଲାଣି ତ କେଉଁଠି ଫସଲ ନଷ୍ଟ ହୋଇଯାଇଛି। ଯାହାକୁ ନେଇ ଗତକାଲି ଠାରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ରାୟଗଡ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ହୋଇ ଥିବା ବେଳେ ରାତ୍ର ହେବା ଯୋଗୁଁ ଉଦ୍ଧାର କାର୍ୟ୍ୟରେ ବାଧା ପ୍ରାପ୍ତ ହୋଇ ଥିଲା। ଆଜି ସକାଳୁ ପୁଣି ଓଡ୍ରାଫ ଟିମ ଅଗ୍ନିଶମ ଯବାନ ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି କରିଥିଲେ। ଏହି ଅବସରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ପୁଣି ଉକ୍ତ ସ୍ଥାନରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପରୀପ୍ରେକ୍ଷୀରେ ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ ଆରମ୍ଭ କରିଛି ।
ଗଜପତି ଭୂସ୍ଖଳନ ; ଚିନ୍ତାବ୍ୟକ୍ତ କଲେ ନବୀନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











