ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ବେକରେ ଗାମୁଛା ନଗାଇ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣଙ୍କ କିଏ ଓ କାହିଁକି ଏପରି କରୁଛନ୍ତି ଜଣାପଡିନି । ପ୍ରାୟ ଏକ ଘଂଟା ଧରି ଗଛ ଉପରେ ରହି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠି ଉପସ୍ଥିତ ଲୋକମାନେ ଯୁବକଙ୍କୁ ଓହ୍ଲାଇ ଆସିବା ପାଇଁ ଯେତେ ଅନୁରୋଧ କରିଥିଲେ ବି କାହା କଥା ଶୁଣିନଥିଲେ । ତେବେ ଅଘଟଣର ଆଶଙ୍କା କରି ଉପସ୍ଥିତ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଶିଢି ପକାଇ ଯୁବକଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଯୁବକ କାହିଁକି ଏଭଳି କଲେ, ସ୍ପଷ୍ଟ ହୋଇନାହିଁ ।
Views: 81