The Ultimate Managed Hosting Platform
ADVERTISEMENT

ଗଙ୍ଗା ନଦୀ ଉପରେ ନିର୍ମିତ ୧୫୦ ବର୍ଷର ପୁରୁଣା ବ୍ରିଜ ଭୁଶୁଡିଲା

Facebook
Twitter
LinkedIn

କାନପୁର : ଗଙ୍ଗା ନଦୀ ଉପରେ ନିର୍ମିତ ୧୫୦ ବର୍ଷର ପୁରୁଣା ବ୍ରିଜ ଭୁଶୁଡିଲା । ଏହି ବ୍ରିଜ ଉନ୍ନାଓ-କାନପୁରକୁ ସଂଯୋଗ କରୁଥିଲା ୧୮୭୪ ମସିହାରେ ନିର୍ମିତ ଏହବ୍ସେତୁ ଲୋକମାନଙ୍କର ଲାଇଫ ଲାଇନ ଥିଲା । ପ୍ରତିଦିନ ହଜାରହଜାର ଲୋକ ଏହି ସେତୁ ଦେଇ ଯିବା ଆସିବା କରୁଥିଲେ । ସେତୁଟି ଖରାପ ହେବାରୁ ୨୦୨୧ରେ ଏହା ଉଫରେ ଯାତାୟତ ବନ୍ଦ କରାଯାଇଥିଲା । ଏହି ସେତୁ ବ୍ରିଟିଶ କାଳରେ ଅଭଦ ଏବଂ ରୋହିଲଖଣ୍ଡ ଲିମିଟେଡ୍ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା । ୮୦୦ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ରେସିଡେଣ୍ଟ୍ ଇଞ୍ଜିନିୟର ଏସ୍.ବି ନ୍ୟୁଟନ୍ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ଇ. ୱେଡଗାର୍ଡଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିଲା । ସେତୁର ବୟସ ୧୦୦ ବର୍ଷ ବୋଲି କୁହାଯାଉଥିଲା । ସେତୁର କାନପୁର ପାର୍ଶ୍ୱରେ ୨, ୧୦, ୧୭ ଏବଂ ୨୨ ନମ୍ବର କମ୍ପାର୍ଟମେଣ୍ଟରେ ଫାଟ ଦେଖାଦେଇଥିଲା । ଇଞ୍ଜିନିୟରମାନେ ଏକ ଅନୁସନ୍ଧାନ କରି ଏହାକୁ ଯାତାୟାତ ଅନୁପଯୁକ୍ତ ବୋଲି ଘୋଷଣା କରିଥିଲେ । ଏହାପରେ ଉନ୍ନାଓ ଏବଂ କାନପୁର ଆଡ଼କୁ ବ୍ରିଜ ଉପରେ ପ୍ରାଚୀର ନିର୍ମାଣ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login