The Ultimate Managed Hosting Platform
ADVERTISEMENT

ଖ୍ରୀଷ୍ଟମାସରେ ୨୧୫ କୋଟିର ମଦ ବିକ୍ରି ।

Facebook
Twitter
LinkedIn

ଖ୍ରୀଷ୍ଟମାସ ସମୟରେ ଚାରି ଦିନ ମଧ୍ୟରେ କେରଳ ଷ୍ଟେଟ ବେଭେରେଜ୍ କର୍ପୋରେସନ୍ ଲିମିଟେଡ୍ (ବିଇଭିସିଓ) ଦୋକାନ ଏବଂ ଉପଭୋକ୍ତା ପୋଷିତ ଦୋକାନ ମାଧ୍ୟମରେ ବିକ୍ରୟ ଅନ୍ତର୍ଭୁକ୍ତ। ଖ୍ରୀଷ୍ଟମାସରେ କେରଳ ବେଭେରେଜ୍ କର୍ପୋରେସନ୍ ଲିମିଟେଡ୍ (ବିଇଭିସିଓ) ବା ରାଜ୍ୟ ପାନୀୟ ନିଗମର ଦୋକାନରେ ହିଁ ୬୫ କୋଟି ଟଙ୍କାର ମଦ ବିକ୍ରୟ ହୋଇଛି ।

କେରଳ ରାଜଧାନୀ ଥିରୁଅନନ୍ତପୁରମର ପାଓ୍ଵାର୍ ହାଉସ୍ ଦୋକାନରେ ଖ୍ରୀଷ୍ଟମାସ ଦିନ ସର୍ବାଧିକ ୭୩ ଲକ୍ଷ ଟଙ୍କାର ମଦ ବିକ୍ରୟ ହୋଇଛି । ଗତବର୍ଷ କେରଳରେ ଏହି ସମୟରେ ୫୫ କୋଟି ଟଙ୍କାର ମଦ ବିକ୍ରୟ ହୋଇଥିଲା ।

ଡିସେମ୍ବର ୨୫ ତାରିଖ ଦିନ ରାଜ୍ୟରେ ୭୩ କୋଟି ଟଙ୍କାର ମଦ ବିକ୍ରୟ ହୋଇଛି । ପାଓ୍ଵାର ହାଉସ୍ ଦୋକାନରେ ସର୍ବାଧିକ ୭୩ ଲକ୍ଷ ୫୪ ହଜାର ଟଙ୍କାର ମଦ ବିକ୍ରି କରିଛି । ଚଲାକ୍କୁଡିରେ ଦ୍ଵିତୀୟ ସର୍ବାଧିକ ୭୦ ଲକ୍ଷ ୭ ହଜାର ଓ ଇରିଞ୍ଜଲକ୍କୁଡାରେ ତୃତୀୟ ସର୍ବାଧିକ ୬୦ ଲକ୍ଷର ମଦ ବିକ୍ରି ହୋଇଛି । ଗତ ବର୍ଷ ମଧ୍ୟ ଏହି ତିନିଟି ଦୋକାନରେ ସର୍ବାଧିକ ଟଙ୍କାର ମଦ ବିକ୍ରି ହୋଇଥିଲା । ଉପଭୋକ୍ତା ଘୋଷିତ ଦୋକାନମାନଙ୍କ ମଧ୍ୟରେ କୋଡୁନଗାଲ୍ଲୁରରେ ସର୍ବାଧିକ ୫୪ ଲକ୍ଷ ଟଙ୍କାର ମଦ ବିକ୍ରି ହୋଇଛି । ବାନାର୍ଜୀ ରୋଡ୍ ଓ କୋଚି ଦୋକାନରେ ୫୩ ଲକ୍ଷ ଟଙ୍କାର ମଦ ବିକ୍ରି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login