ରାୟଗଡା : ଖୋଲିଲା ମଝି ଘରିଆଣୀ ମନ୍ଦିରଦାନ ହୁଣ୍ଡି । ୬ ମାସ ପରେ ଖୋଲାହେଲା । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟି ସହ ପୋଲିସଙ୍କ ତତ୍ବାବଧାନରେ ଖୋଲାଯାଇଛି । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଟିକା ସମୟରୁ ଖୋଲାଯାଇ ଗଣତି ଚାଲିଛି । ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି। ଚଳିତ ଥର ୯୦ ଲକ୍ଷରୁ ୧ କୋଟି ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି । ଗତ ୬ ମାସ ତଳେ ଅର୍ଥାତ ଜାନୁଆରୀ ୨୭ ତାରିଖ ଦିନ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମ ସୁନା, ୨ କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଥିଲା । ଆଜି ହୁଣ୍ଡିରୁ ମିଳିବା ଅର୍ଥକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯିବ । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ଖୋଲିଲା ମଝି ଘରିଆଣୀ ମନ୍ଦିରଦାନ ହୁଣ୍ଡି

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...
ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...
ବଜ୍ରାଘାତରେ ଚାଲିଗଲା ୨ ଚାଷୀଙ୍କ ଜୀବନ
ଚାନ୍ଦବାଲି : ବଜ୍ରାଘାତ ଘଟି ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।...
ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ
ଭୁବନେଶ୍ୱର : ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ତେବେ ନିର୍ଦ୍ଧାରିତ ସମୟରେ ଆଉ କେହି ନାମାଙ୍କନ ଭରି ନଥିବାରୁ ମନମୋହନ ଏକମାତ୍ର...