ଆଠଗଡ : ବଢିଲା ଗିରଫ ଅଭିଯୁକ୍ତ ଦୀପକ ରାଉତଙ୍କ ଅଡୁଆ । ଖୁଣ୍ଟୁଣୀ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ପରିବାର । କେସ ରିଓପନ କରିବାକୁ ନିବେଦନ କଲେ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ । ୩ ବର୍ଷ ତଳର ଅପର୍ଣ୍ଣା ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଦାବି କଲେ । ୨୦୨୨ ମାର୍ଚ୍ଚ ୧୭ରେ ଅପର୍ଣ୍ଣାଙ୍କ ସନେ୍ଦହଜନକ ମୃତ୍ୟୁ ହୋଇଥିଲେ । ରାଧାକିଶୋରପୁରରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ ସ୍ୱାମୀ ଦୀପକ । ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଅପର୍ଣ୍ଣାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦର୍ଶାଇଥିଲା ଦୀପକ । ଢେଙ୍କାନାଳରୁ ଭୁବନେଶ୍ବର ଆସୁଥିବା ବେଳେ ରାଧାଦାମୋଦରପୁର ନିକଟରେ ତାଙ୍କ ସ୍ତ୍ରୀ ଅପର୍ଣ୍ଣାଙ୍କୁ ଏକ ଟ୍ରକ ଧକ୍କା ଦେଇଥିବା ପୋଲିସରେ ଅଭିଯୋଗ କରିଥିଲା । ଏହି ମାମଲା ସେତେବେଳେ ଅଧିକ ଖୋଳତାଡ଼ ନହୋଇ ବନ୍ଦ ହୋଇ ଯାଇଥିଲା । ପୁଣି ଖୋଲିଛି ଫାଇଲ ।
Views: 46