The Ultimate Managed Hosting Platform
ADVERTISEMENT

ଖୋର୍ଦ୍ଧାରେ ସୀମା ବିବାଦ ; ପୁଣି ଲାଗିଲା ୧୬୩ ଧାରା

Facebook
Twitter
LinkedIn

ଖୋର୍ଦ୍ଧା : ସୀମା ବିବାଦକୁ ନେଇ ଉତ୍ତେଜନା । ପୁଣି ଲାଗିଲା ୧୬୩ ଧାରା । ବାଘମାରୀ ଥାନାର ଏସ୍ତପୁର –କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ ହୋଇଛି । ଗତକାଲି ସୀମା ବିବାଦକୁ ନେଇ ପୋଡାଜଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ । ଦୋକାନ ଭଙ୍ଗାରୁଜା, ପୋଡ଼ାଜଳା ସହ ଟେକାପଥର କାଚ ବୋତଲ ମାଡ଼ ହୋଇଥିଲା । ଉଭୟ ଗାଁରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଘମାରୀ ଥାନା ଅଧିକାରୀଙ୍କ ରିପୋର୍ଟକୁ ଆଧାରକରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ହନୁମାନ ବଟିକା ଠାରୁ ବାରିକ ପୋଖରୀ ପର୍ୟ୍ୟନ୍ତ ବିଏନ୍ଏସ୍ ୧୬୩ ଧାରା ଲାଗୁ କରିଛନ୍ତି । ସେହିପରି ପରିସ୍ଥିତି ଶାନ୍ତ ପଡିଥିଲେ ମଧ୍ୟ ଏକ ପ୍ଲାଟୁନ ଫୋର୍ସ ବଜାର ସହ ଉଭୟ ଗାଁରେ ମୁତୟନ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login