ନୂଆପଡା : ଖୁବଶୀଘ୍ର ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଥମ ପ ର୍ଯ୍ୟାୟ ନିର୍ବାଚନ ପ୍ରଚାର କରିଛନ୍ତି , ଦ୍ୱିତୀୟ ପର୍ଯ୍ୟାୟରେ କରିବେ । ଶେଷ ଭାଗରେ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିବେ । ନବୀନଙ୍କ ନୂଆପଡା ପ୍ରଚାରକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ କଟାକ୍ଷ । ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ , କାମ କରିବାକୁ ପ୍ରେରଣା ମିଳିବ । ନବୀନ ବାବୁଙ୍କୁ ଯେତେ ମୈଦାନକୁ ଓହ୍ଲାଇବାକୁ ସୁଯୋଗ ମିଳିବ, ଆମକୁ ସେତେ କାମ କରିବାକୁ ପ୍ରେରଣା ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
Views: 55











