ଆଠଗଡ : ଖୁଦୁରୁକୁଣି ଓଷାରେ ସଂଘର୍ଷ , ବୋମାମାଡ । ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷ ଓ ବୋମାମାଡରେ ୩ ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର । ଖୁଦୁରୁକୁଣି ଓଷାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ୪ଟି ବୋମାମାଡ଼ ହୋଇଥିଲା । ବୋମା ମାଡ଼ରେ ୩ ଜଣ ଯୁବକ ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ଶ୍ରୀନିବାସ ସାମଲ, ନିଲିଆ ରାଉତ ଓ ସାଗର ଗୋଛି । ଗାଁରେ ଲାଗିରହିଛି ଚାପା ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ ।
Views: 89











