ଭୁବନେଶ୍ୱର : ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର । ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ପଦବୀ ଖାଲି ପଡିଛି । ୩୦ଟି ଜିଲ୍ଲାରେ ୩୭୫ଟି ସିଏଚସିରେ ଡାକ୍ତର ନାହାନ୍ତି । ସର୍ବାଧୟ ଗଂଜାମରେ ୪୫୦, ମୟୂରଭଂଜରେ ୩୦୯ ପଦବୀ ଖାଲି ପଡିଛି । ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ହେବ କଠୋର କାର୍ୟ୍ୟାନୁଷ୍ଠାନ ନେବେ ସରକାର । ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଛୁଟିରେ ଅଛନ୍ତି । ସେମାନଙ୍କ ଛୁଟିର କାରଣ ଯଥାର୍ଥ ନଥିଲେ ସେମାନଙ୍କ ବିରୋଧେରେ କାର୍ୟ୍ୟାନୁଷ୍ଠାନ ହେବ । ସେମାନଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ କାର୍ୟ୍ୟାନୁଷ୍ଠାନ କରିବେ ସରକାର । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Views: 29