The Ultimate Managed Hosting Platform
ADVERTISEMENT

ଖାଦ୍ୟ ବିଷକ୍ରିୟାରୁ ୧୧ ଅସୁସ୍ଥ

Facebook
Twitter
LinkedIn

ଆନନ୍ଦପୁର : ଖାଦ୍ୟ ବିଷକ୍ରିୟାରୁ ପରିବାରର ୧୧ ଜଣ ଅସୁସ୍ଥ । ନନ୍ଦିପଦା ଥାନା ଅମୃତପୁର ଗାଁର ଘଟଣା , ସମସ୍ତେ ମେଡିକାଲରେ ଭର୍ତ୍ତି । ଅସୁସ୍ଥଙ୍କ ମଧ୍ୟରେ ୬ ବୟସ୍କ ଓ ୫ ଜଣ ଶିଶୁ ଥିବା ସୂଚନା । ସୂଚନା ଅନୁସାରେ ଗତକାଲି ଗାଁର ଅନନ୍ତ ନାରାୟଣ ଦାସଙ୍କ ପରିବାର ଚିକେନ୍ ରୋଷେଇ କରି ଖାଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ଯାଇଥିଲେ। ପ୍ରଥମେ ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଅସୁସ୍ଥଙ୍କୁ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳୁ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଅଣା ଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login