The Ultimate Managed Hosting Platform
ADVERTISEMENT

ଖାତାକୁ ଆସିଲା ପିଏମ କିଷାନ ଟଙ୍କା

Facebook
Twitter
LinkedIn

ଭୁବନେଶ୍ୱର : କୃଷକଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାରରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦୀ ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ସରକାର ଏହି କିସ୍ତି ପାଇଁ ୨୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି। ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ। ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର। ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login