ମାଆ ଠାରୁ ବଡ ଆଊ ଓ ହୁନିଆରେ କେହି ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ମଣିଷ ହେଉ କି ପଶୁ ନିଜ ଛୁଆ ପାଇଁ ସେ ସବୁବେଳେ ସୁରକ୍ଷା ଦିଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିପାଇଁ ଆମେ ଏମିତି କହୁଛୁ । ଛୁଆ ହାତୀ ଖାଇରେ ପଡ଼ିଯିବାରୁ ମା’ ହାତୀ ଜଗି ରହିଛି । ମା’ ହାତୀ ମନରେ କେତେ ଯେ ଯନ୍ତ୍ରଣା ଆମେ କଳ୍ପନା ବି କରି ପାରିବାନି । ତା ଛୁଆ ଅସୁସ୍ଥ ହୋଇପଡ଼ିଛି । ଛୁଆର ଏପରି ଅବସ୍ଥାରେ ମା’ ଛୁଆକୁ ସାହାଯ୍ୟ କରିପାରୁନି । ତା ଛୁଆକୁ କେହି ଉଦ୍ଧାର କରିବା ପାଇଁ ମା’ ହାତୀ ଅନେଇ ବସିଛି ।ତୀ ଛୁଆ ଖାଇରୁ ବାହାରିବାକୁ ଅସମର୍ଥ ତେଣୁ ମା’ ହାତୀ ଛୁଆର ପାଖ ଛାଡ଼ି ଯାଉନି । ସେପଟେ ଗୋଠ ହାତୀ ବି ଖାଇ ପାଖପାଖ ଅଞ୍ଚଳରେ ରହିଛନ୍ତି । ତେଣୁ ଉଦ୍ଧାର କାର୍ୟ୍ୟ ବି ଆରମ୍ଭ ହୋଇ ପାରିନି ।୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହୋଇଯିବଣି ମା’ ଛୁଆ ଖାଇବାକୁ ନପାଇ ଦୁର୍ବଳ ହୋଇପଡ଼ିଛି । ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡର ସରୁବାଲି ଗାଁ ଜଙ୍ଗଲ ନିକଟରେ ଥିବା ଏକ ମୁରୁମ ଖାଇରେ ଗତ କାଲି ରାତି ୧୨ ରୁ ପଡି ରହିଛି ଛୁଆ ହାତୀ । ନିକଟରେ ମାଆ ହାତୀ ଏବଂ ଅନ୍ୟ ଗୋଠ ହାତୀ ଥିବାରୁ ୧୨ ଘଣ୍ଟା ପରେ ବି ରେସ୍କ୍ୟୁ ଅପରେସନ କରି ପାରୁନି ବନବିଭାଗ । ଛୁଆ ହାତୀକୁ ଚିକିତ୍ସା ପାଇଁ ଶିମିଳିପାଳ, କରଞ୍ଜିଆ ଏବଂ କେନ୍ଦୁଝରରୁ ପହଁଚିଛନ୍ତି ଡାକ୍ତର ଟିମ । ମା ହାତୀକୁ ଘଉଡ଼େଇବା ପରେ ବନ ବିଭାଗ ରେସ୍କୁ ଅପରେସନ କରିବ ବୋଲି ଜଣା ପଡ଼ିଛି ।
ଖାଇରେ ପଡିଯାଇଛି ହାତୀ ଛୁଆ, ପାଖରେ ଜଗି ରହିଛି ମାଆ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











