ୟୁପି : ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ଗୁରୁତର ଆହତ ହୋଇଛନ୍ତି । କାର୍ ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିବା ଜଣାପଡିଛି । ଖବର ମୁତାବକ, ଗୁରୁବାର ରାତିରେ ଗଜରୋଲା କଲା ଥାନା ପଟପୁର ଗାଁ ନିକଟରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ଶିବକୁମାର ଏବଂ ତାଙ୍କ ଭାଇର ରୁପଲାଲଙ୍କ ମ୍ତ୍ୟୁ ହୋଇଥିଲା । ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । କାରରେ ଥିବା ସମସ୍ତ ଲୋକ ଜମୁନିୟାରୁ ନିଜ ଗାଁ ଅଜିତପୁର ପାଟପୁରାକୁ ଯାଉଥିଲେ । ଆଉ ରାତିରେ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ କାରରେ ଥିବା ସମସ୍ତ ଲୋକ ଫସିଯାଇଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇ ଆଖପାଖର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । କାର୍ ଭିତରୁ ଲୋକମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଥିଲେ ।
Views: 17