ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଶିମଲା ଉପନଗର ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ମଙ୍ଗଳ ବାର ବିଳମ୍ବିତ ରାତିରେ କାରଟି ଖାଇରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ମର୍ମନ୍ତୁଦ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶିମଲା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। କୌଣସି କାମରେ ଯାଉଥିବା ସମୟରେ ଏପରି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚପ୍ରକ୍ରିୟା ଆରମ୍ଭ କରିଛି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏପରି ଦୁର୍ଘଟଣା ଘଟିଛି । ଶିମଲା ଉପନିଗମ ଅଞ୍ଚଳର ଆନନ୍ଦପୁର ରାସ୍ତା ଲାଲପାଣି ସେତୁ ନିକଟରେ କାରଟି ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ସେହି ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବୁଧବାର ଦିନ ସ୍ପଷ୍ଟ କରିଛି ପୋଲିସ । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Views: 18