ପୁରୀ : ଏବେ ନୀଳକନ୍ଦର ଛୀଡି ବଡଦାଣ୍ଡରେ ବଳିଆରଭୂଜ । ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି ଦେବାଲୋକ । ହୁଳହୁଳି ହରିବୋଲ ଧ୍ୱନିରେ ପ୍ରକମ୍ପିତ ବଡଦାଣ୍ଡ । ତା ସାଙ୍ଗକୁ ତାଳ ଦେଉଛି ଘଣ୍ଟଘଣ୍ଟା ଓ ଶଙ୍ଖନାଦ । ମହାପ୍ରଭୁଙ୍କ ଆଶିଷ ପାଇବାକୁ ଭକ୍ତଙ୍କ ମଧ୍ୟରେ ପ୍ରତିଯୋଗୀତା । ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ । ମହାପ୍ରଭୁ ନ ଥିବାରୁ ପୂରା ଖାଁ ଖାଁ ଶ୍ରୀମନ୍ଦିର । ରତ୍ନବେଦୀ ଛାଡି ଜନ୍ମବେଦୀ ଯାତ୍ରାରେ ଶ୍ରୀଜିଉ । ଏବେ ନବଦିନାତ୍ମକ ଯାତ୍ରାରେ ତିନି ଠାକୁର ।
ଗତକାଲି ପାହୁଣ୍ଡେ ଗଡ଼ିଥିଲା ନନ୍ଦିଘୋଷ । ରାତି ୭ଟା ୪୫ରେ ନନ୍ଦିଘୋଷ ପାହୁଣ୍ଡେ ଗଡ଼ି ଅଟକିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ୩ଟି ସ୍ଥାନରେ ଅଟକି ରହିଛନ୍ତି । ବଡ଼ ଠାରୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ରହିଛି । ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେବା ଯୋଗୁଁ ଅନ୍ୟ ରଥ ଗଡ଼ିବାରେ ବିଳମ୍ବ ହୋଇଥିଲା ।
ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା

Facebook
Twitter
LinkedIn
Facebook
Twitter
LinkedIn
Recent News
ପରଲୋକରେ ଅଭିନେତ୍ରୀ ଶେଫାଳୀ ଜରିୱ୍ୱାଲା
ମୁମ୍ବାଇ : ଅଭିନେତ୍ରୀ ଶେଫାଳୀଙ୍କ ପରଲୋକ । ୪୨ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି ଶେଫାଳୀ । ତାଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ...
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଗଞ୍ଜାମ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା । ଏକକାଳୀନ ୭ ଟି ସ୍ଥାନରେ ଚାଲିଛି...
ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର
ଖୋର୍ଦ୍ଧା : ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସିଲା କାର । ଫଳରେ ୫ ଜଣ ଯାତ୍ରୀ...
ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ ପହଁଚିଲେ ଗୈାତମ ଆଦାନୀ
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ...