ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଶୀତ । ତାପମାତ୍ରୀ କମିବା ସହ ଥଣ୍ଡା ଲାଗୁଛି । ୭.୨ ଡିଗ୍ରୀ ସହ ଜି. ଉଦୟଗିରି ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା। ୧୨ ଡିଗ୍ରୀ ତଳେ ରହିଥିଲା ୯ଟି ସ୍ଥାନର ତାପମାତ୍ରା। ଟ୍ବିନ ସିଟିରେ ବି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ଆଗାମୀ ୭ଦିନ ଯାଏ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପାଗ ଶୁଷ୍କ ରହିବା ସହ ଥଣ୍ଡା ଅନୁଭୂତ ହେବ। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଜାରି ରହିବ।
Views: 91











