ବ୍ୟୁରୋ : ପାଗର ପରିବର୍ତ୍ତନ ଯୋଗୁଁ ଆମ ସ୍କିନ ଉପରେ ଏହା ଅନେକ ପ୍ରଭାବ ପକାଇଥାଏ । ବିଶେଷକରି ଖରା ଦିନରେ ଚର୍ମ ରୁଖା ହୋଇଯାଏ । ଏଥି ପାଇଁ ଅନେକ ଚିନ୍ତିତ ହୋଇଯାଆନ୍ତି । ତେଣୁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପାୟ ରେ କେମିତି ଆପଣଙ୍କ ସ୍କିନକୁ ଗ୍ଲୋ କରିବାର ଉପାୟ ଜଣାଇବୁ । ଯାହାକୁ ଆପଣ ବ୍ୟବହାର କରି ନିଜର ସୈାନ୍ଦର୍ଯ୍ୟକୁ ବଜାୟ ରଖିପାରିବେ । ଆପଣଙ୍କୁ ଆମେ ଆଜି ଚନ୍ଦନର ଫେସ ପ୍ୟାକ ବିଷୟରେ କହିବୁ । ଯାହାକୁ ଆପଣ ଘରେ ବନେଇ ପାରିବେ । ଚନ୍ଦନ ପାଉଡର ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ହୋଇଥାଏ । ଶୁଷ୍କ ତ୍ୱଚା ପାଇଁ ଚନ୍ଦନ ବହୁତ ଉପକାରୀ । ଗରମ ଦିନରେ ଚନ୍ଦନର ଫେସପ୍ୟାକ ଲଗାଇବା ଉଚିତ । ତେବେ ଆସନ୍ତୁ ଜାଣିବା କିପରି ଚନ୍ଦନର ଫେସ ପ୍ୟାକ ପ୍ରସ୍ତୁତ କରାଯାଏ ।
ଚନ୍ଦନ ଫେସ ପ୍ୟାକ ପାଇଁ ଆବଶ୍ୟକ ସାମଗ୍ରୀ –
୧.ଚନ୍ଦନ ପାଉଡର
୨. ଗୋଲାପ ଜଳ
ଫେସ ପ୍ୟାକ କିପରି ତିଆରି କରିବେ ?
ପ୍ରଥମେ ଏକ କାଚ ପାତ୍ର ନିଅନ୍ତୁ ।
ଏଥିରେ ଚନ୍ଦନ ପାଉଡର, ଗୋଲାପ ଜଳ ପକାନ୍ତୁ ।
ଏକାକୁ ମିଶାଇ ଏକ ପତଳା ପେଷ୍ଟ ତିଆରି କରନ୍ତୁ ।
ଶୁଷ୍କ ତ୍ୱଚା ପାଇଁ ଚନ୍ଦନର ଫେସ ପ୍ୟାକ ପ୍ରସ୍ତୁତ ହୋଇଗଲା ।
ଚନ୍ଦନ ଫେସ ପ୍ୟାକ ଲଗାଇବା ପୂର୍ବରୁ ମୁହଁକୁ ସଫା କରି ନିଅନ୍ତୁ । ଏହା ପରେ ପ୍ରସ୍ତୁତ ଥିବା ପ୍ୟାକ କୁ ଶୁଷ୍କ ତ୍ୱଚାରେ ଲଗାନ୍ତୁ । ପ୍ୟାକ ଲଗାଇବା ପରେ ଅଧ ଘଣ୍ଟା ଏହାକୁ ଛାଡି ଦେବେ । ଏହା ପରେ ପାଣିରେ ମୁହଁ ଧୋଇଦେବେ ।
(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ। ଶପଥ ନ୍ୟୁଜ ଏହାକୁ ନିଶ୍ଚିତ କରେ ନାହିଁ।)
ଖରା ଦିନରେ ସ୍କିନକୁ କରନ୍ତୁ ଗ୍ଲୋ , ଆପଣାନ୍ତୁ ଘରୋଇ ଉପାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











