ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି । ଅତି ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ । ଅତି ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ।
ସେପଟେ ପ୍ରବଳ ଗୀଷ୍ମ ପ୍ରବାହ ଜାରି । ତାତିରେ ସିଝୁଛନ୍ତି ଲୋକେ । ସକାଳ ହେଲେ ଘର ବାହାରିବା ସମ୍ଭବ ହେଉ ନାହିଁ । ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ପଶ୍ଚିମ । ଆକାଶରୁ ନିଆଁ ବର୍ଷୁଛି । ତତଲା ତାଓ୍ଵା ପାଲଟିଛି ସାରା ଓଡ଼ିଶା ।ଆଜି ରାଜଧାନୀ ଭୁବନେଶ୍ୱରରେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି । ସକାଳ ସାଢେ ୮ ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ ।
Views: 74