କେନ୍ଦୁଝର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ । କେନ୍ଦୁଝର ଖଣି ବିଭାଗ ଜୁନିୟମ ମାଇନିଂ ଅଫିସର ଆହତ ହୋଇଛନ୍ତି । ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଆନନ୍ଦପୁର ଘଷିପୁରା ଥାନା ସୁଡୁସୁଡିଆ ଛକ ନିକଟରେ ଗାଡି ଅଟକାଇ ଆକ୍ରମଣ କରିଛନ୍ତି ମାଫିଆ । କାରରେ ଆସି ୬ ରୁ ଅଧିକ ବାଲି ମାଫିଆ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି ।
Views: 48