ୟୁପି : ସ୍ୱାମୀକୁ ଖଟରେ ବାନ୍ଧି ୫ ଖଣ୍ଡ କରିଛି ସ୍ତ୍ରୀ । ପୋଲିସ ଜାଣିବା ପରେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କୁ ପୋଲିସ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଛି । ରାତିରେ ସ୍ୱାମୀ ଶୋଇଥିବା ବେଳେ ସ୍ୱାମୀକୁ ଖଟରେ ବାନ୍ଧି ଦେଇଥିଲେ । ଏକ ରାଶିରେ ବାନ୍ଧିବା ପରେ କୁରାଢୀରେ ୫ ଖଣ୍ଡ କରି ହାଣିଦେଇଥିଲେ । ଏହାପରେ ଖଣ୍ଡ ବିଖଣ୍ଡିତ ଶରୀରକୁ ବସ୍ତାରେ ପୂରାଇ ଗାଁ ପାଖ ନାଳରେ ଫୋପାଡ଼ି ଦେଇଥିଲେ । ଏମିତି ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ।
ଖବର ମୁତାବକ, ଉତ୍ତରପ୍ରଦେଶ ପିଲିଭିତ ଗଜରୌଲା ଥାନାର ଶିବନଗର ଗାଁର ୫୫ ବର୍ଷୀୟ ରାମପାଳ ଖଟରେ ଶୋଇଥିବା ବେଳେ ତାଙ୍କୁ ବାନ୍ଧି ପକାଇଥିଲେ ପତ୍ନୀ । ଏହାପରେ କୁରାଢିରେ ହାଣି ୫ ଖଣ୍ଡ କରିଦେଲେ। ଏହାପରେ ମୃତଦେହକୁ ନେଇ ଗାଁ ପାଖ ନାଳରେ ଫୋପାଡ଼ି ଦେଲେ । ନିଖୋଜ ଥିବା ରାମପାଳଙ୍କୁ ନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଖୋଜିବା ଆରମ୍ଭ କରିଥିଲା ।
ରାମପାଳଙ୍କର ନିଜ ପତ୍ନୀ ଦୁଲାରୀ ଦେବୀଙ୍କ ସହ ସମ୍ପର୍କ ଭଲ ନ ଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ରାମପାଳଙ୍କ ସାଙ୍ଗଙ୍କ ସହ ପତ୍ନୀ ଦୁଲାରୀ ଦେବୀଙ୍କ ଅନୈତିକ ସମ୍ପର୍କ ଥିବା ବେଳେ ସେ କିଛି ଦିନ ହେବ ତାଙ୍କ ସହ ରହୁଥିଲେ। ଦୁଲାରୀ ଦେବୀ ଘରକୁ ଆସିଥିବା ବେଳେ ରାମପାଳଙ୍କ ସହ ଝଗଡା ହୋଇଥିଲା । ବୁଧବାର ରାମପାଳଙ୍କ ନିଖୋଜ ହେବା ନେଇ ଦୁଲାରୀ ଦେବୀ ନିଜ ପୁଅକୁ ଜଣାଇଲେ। ଏହାପରେ ତାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ଦୁଲାରୀ ଦେବୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ କରୁଛି ।
ଖଟରେ ବାନ୍ଧି ସ୍ୱାମୀକୁ କୁରାଢୀରେ ହାଣିଲା ସ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...