ଭୁବନେଶ୍ୱର : ପ୍ରତି କ୍ୟାମ୍ପସରେ ନିଯୁକ୍ତି ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର । କଲେଜ ଓ ବିଶ୍ୱ ବିଦ୍ୟାଳୟର ଜଣେ ଅଧ୍ୟାପକ -ଅଧ୍ୟାପିକାଙ୍କୁ ଦିଆଯିବ ଦାୟିତ୍ୱ । କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି । ଏ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସପ୍ତାହେ ବ୍ୟାପୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ହେବ ଆଲୋଚନା । ଯୋଗ , ଶାରିରୀକ ଦକ୍ଷତା, ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ସହ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଦେଶରେ କିଛି କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଏଭଳି ଅବସ୍ଥା ପରେ ୟୁଜିସି ନିଶାମୁକ୍ତ କ୍ୟାମ୍ପସ ଗଠନ କରିବାକୁ ପ୍ରୟାସ ନେଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
Views: 96











