ଭୁବନେଶ୍ୱର : ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ୭ ବିଭାଗର ୧୦ ପ୍ରସ୍ତାବକୁ ମିଳିଛି ଅନୁମୋଦନ । କ୍ୟାବିନେଟ ବୈଠକ ନେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବରପୁତ୍ର ଐତିହ୍ୟ ଗାଁ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିବା ବେଳେ ରାଜ୍ୟର ୫ଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ପରିଣତ ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ସିଟ୍ ସଂଖ୍ୟା ୨ ଗୁଣା ବୃଦ୍ଧି କରାଯାଇ ୬ ହଜାର କରାଯିବ । ସେହିପରି ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ସଂରକ୍ଷଣ ବ୍ୟବସ୍ଥା ବଦଳିଛି । ବିଭାଗୱାରୀ ସଂରକ୍ଷଣ ପରିବର୍ତ୍ତେ ସାମଗ୍ରୀକ ସଂରକ୍ଷଣ ଲାଗୁହେବାକୁ ନିଷ୍ପତ୍ତି । ସେପଟେ ବିଦ୍ୟୁତ୍ ଉପଭୋକ୍ତା ପାଇଁ ଖୁସି ଖବର ଆଣିଛି କ୍ୟାବିନେଟ୍ ନିଷ୍ପତ୍ତି । ସ୍ମାର୍ଟ୍ ମିଟର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏକ ବର୍ଷ ପାଇଁ ଦେୟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।
Views: 57











